ଟ୍ରମ୍ପ ଓ ଜିନପିଙ୍ଗଙ୍କ ପାଖକୁ ଆସି ହାତ ମିଳାଇଲେ ପୁଟିନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିଟ ପୁଟିନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମଥର ଏକାଠି ନଜର ଆସିଛନ୍ତି। ଚାଇନାରେ ଏହି ୩ ନେତାଙ୍କ ଭେଟଘାଟ ହୋଇଛି। ଚାଇନାର ଶେନଝେନରେ ଆୟୋଜିତ ଏସିଆ-ପ୍ୟାସିଫିକ ଇକୋନୋମିକ କର୍ପୋରେସନ(ଏପିଇସି) ପୂର୍ବରୁ ଜିନପିଙ୍ଗ ଓ ତାଙ୍କ ପତ୍ନୀ ପେଙ୍ଗ ଲିୟୁଆନ ଆୟୋଜନ କରିଥିବା କାର୍ୟ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖାଯାଇଛି।

ଏହି କାର୍ୟ୍ୟକ୍ରମରେ ପୁଟିନ ନିଜ ଆଡ଼ୁ ଟ୍ରମ୍ପ ଓ ଜିନପିଙ୍ଗଙ୍କ ପାଖକୁ ରେଡ କାର୍ପେଟରେ ଚାଲି ଚାଲି ଆସିଥିଲେ। ଏହାପରେ ୩ ଜଣଙ୍କ ଯାକ ଏକାଠି ଫଟୋ ଉଠାଇଥିଲେ। ଟ୍ରମ୍ପ ଓ ପୁଟିନ ହାତ ମିଳାଇବା ସହ ଭଲମନ୍ଦ ପଚାରି ବୁଝିଥିଲେ। ଜିନପିଙ୍ଗ ସେଠାରେ ଏହାକୁ ଚାହିଁ ରହିଥିବାର ଭିଡିଓ ସାମ୍ନାକୁ ଆସିଛି।