ପବିତ୍ର ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ। ଏହି ଅବସରରେ ପୁରୀ ନିଳାଦ୍ରୀ ବେଳାଭୂମିରେ ଶ୍ରୀକୃଷ୍ଣଙ୍କୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ୭ଫୁଟ ଲମ୍ବର ଏକ ଆକର୍ଷଣୀୟ ବାଲୁକା କୃତୀ। ଏଥିରେ ଏକ ପତ୍ର ଉପରେ କୁନି ଶ୍ରୀକୃଷ୍ଣ ଚକା ପକାଇ ବସିଥିବାର ନିଖୁଣ ଦୃଶ୍ୟ ପ୍ରଦର୍ଶିତ କରିଛନ୍ତି। ପାଖରେ ରହିଛି ଲହୁଣୀ ହାଣ୍ଡି। ତେବେ ଏହି ପବିତ୍ର ଜନ୍ମାଷ୍ଟମୀରେ ମହାପ୍ରଭୁଙ୍କ ଚମତ୍କାର ବାଲୁକାକୃତି ଗଢି “ଜୟ ଶ୍ରୀ କ୍ରୀଷ୍ଣ”ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।