ଆରଆଇ କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ଯୁବକ ଗିରଫ…

ତମାଣ୍ଡ ଆରଆଇ କାର୍ୟ୍ୟାଳୟର ତାଲା ଭାଙ୍ଗି ଚୋରି ଘଟଣାରେ ତମାଣ୍ଡ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅନିଲ ପ୍ରଧାନ । ଘର ରେତଂଗ ମାଳି ସାହି । ସୂଚନାନୁଯାୟୀ ଗତ ମେ ମାସ ୪ ତାରିଖ ବିଳମ୍ବିତ ରାତିରେ ଅନିଲ ତମାଣ୍ଡ ଆରଆଇ ଅଫିସର ପଛ ତାଲା ଭାଙ୍ଗି ଅଫିସରେ ଥିବା ଏକ ଇନଭଟର ଚୋରିକରି ନେଇଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଚୋରି ହୋଇଥିବା ଇନଭଟର ଜବତ କରିଛି ।