ବ୍ରହ୍ମପୁର: MKCGରେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ RDC । ସୋସିଆଲ୍ ମିଡିଆର ଏକ ପୋଷ୍ଟକୁ ନେଇ ରିପୋର୍ଟ ତଲବ । ତୁରନ୍ତ ଏନେଇ RDCଙ୍କୁ ରିପୋର୍ଟ ପାଇଁ ସଚିବଙ୍କ ପକ୍ଷରୁ ଚିଠି । ତେବେ ଏମ୍କେସିଜିର ଏସ୍ଏନ୍ସିୟୁ (ସ୍ପେସାଲ୍ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍)ରୁ ଦୁଇ ଶିଶୁଙ୍କୁ ଇକୋ କରିବା ପାଇଁ ପରିସରରେ ଥିବା ଅନ୍ୟ ଏକ କୋଠାକୁ ଅଣାଯାଇଥିଲା। ଏହି ସମୟରେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ପାଇପ୍ ଲଗାଯାଇଥିବା ଦେଖିବାକୁ ମିଳିଥିଲା ।ପାତ୍ରପୁର ବ୍ଳକ ପଦାଧିକ ଗାଁର କୌଶଲ୍ୟା ସାହୁଙ୍କ ୮ଦିନର ପୁତ୍ର ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପଦପଦା ଗାଁର ପଦ୍ମାଳୟା ବେହେରାଙ୍କ ୧୪ ଦିନର ଶିଶୁ କନ୍ୟାକୁ ଅସ୍କିଜେନ୍ ନିମନ୍ତେ ଏଭଳି ଗୋଟିଏ ସିଲିଣ୍ଡର ବ୍ୟବହାର କରାଯାଇଛି । ଉଭୟ ନବଜାତ ଶିଶୁ ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ଅଛନ୍ତି ।ଗତ ଦୁଇ ବର୍ଷ ପୂର୍ବେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିଶୁ ବିଭାଗ ଡାକ୍ତରଙ୍କ ଏଭଳି ନିଷ୍ପତ୍ତି ପାଇଁ ଉଭୟ ଶିଶୁ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।