ବସ୍ତା:- ବସ୍ତା ବ୍ଲକ କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଏକ ଦିବସୀୟ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳା ପୌରହିତ୍ୟ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ନାଏବ ସରପଞ୍ଚ ନଗେନ୍ଦ୍ର କୁମାର ସିଂ, ପ୍ରଶିକ୍ଷକ ଭାବେ ରେଡ କ୍ରସ ସୋସାଇଟି ପକ୍ଷରୁ ଦେବରାଜ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକ ପାତ କରିବା ସହିତ, ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏହି କାର୍ଯ୍ୟକ୍ରମକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବାକୁ ସରକାର ଓ ଶିକ୍ଷା ବିଭାଗ ନିକଟରେ ଦାବି ରଖିଥିଲେ । ଏହି ଅବସରରେ ପ୍ରଶିକ୍ଷକ ଦେବରାଜ ମିଶ୍ର ସଡ଼କ ଦୁର୍ଘଟଣା, ଅଂଶୁଘାତ, ବିଦ୍ୟୁତ୍ ଆଘାତ, ଅଗ୍ନିକାଣ୍ଡ, ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାଖରେ ଉପଲବ୍ଧ ଜିନିଷ ଓ ସାମଗ୍ରୀକୁ ବ୍ୟବହାର କରି କିଭଳି ସୁରକ୍ଷିତ ଭାବେ ପ୍ରାଥମିକ ସହାୟତା ଯୋଗାଇବ ସହିତ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇପାରିବ ସେନେଇ ବିଦ୍ୟାର୍ଥୀ ମାନଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରିଥିଲେ ।