ଭୀଉଜ୍ ଇଣ୍ଡିଆ ଅନୁଷ୍ଠାନ ଓ ରେଷ୍ଟଲେସ ଡେଭଲପମେଣ୍ଟର ମିଳିତ ଆନୁକୂଲ୍ୟରେ ୧୨ ଜୁନ୍ ୨୬ ରିଖରେ ଶେରଗଡ ବ୍ଲକ ପରିସର ସଭା କକ୍ଷ ଗୃହ ଠାରେ ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଶେରଗଡ଼ ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ତୃପ୍ତିମୟୀ ଜେନା ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ସିଡ଼ିପିଓ ମମତାଞ୍ଜଳୀ ପଣ୍ଡା ଉପସ୍ଥିତ ରହିଥିଲେ।ଏହା ବ୍ୟତୀତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହିଥିଲେ। ସେଥି ମଧ୍ୟରୁ ଶେରଗଡ ପଞ୍ଚାୟତ କାର୍ଯ୍ଯ ନିର୍ଵାହୀ ଅଧିକାରୀ ଶଙ୍କର ପ୍ରସାଦ ସାବତ, ସିନିୟର୍ ସୁପର୍ଭାଇଜର ବାସନ୍ତୀ ଦାସ, ଜିପୀଡିଓ ଜିତେନ୍ଦ୍ର ପଟ୍ଟନାୟକ ଏବଂ ଶେରଗଡ଼ ବ୍ଲକର ସି,ଆର୍,ପି,ଏମ୍,ବି,କେ, ଇସି ର ମେମ୍ବର ମାନେ ଉପସ୍ଥିତ ଥିଲେ, ଏହାସହ ଆଖ ପାଖ ଅଞ୍ଚଳରେ ରହିଥିବା ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରୀଙ୍କ ସହ ତାଙ୍କ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ।
ଏହି ଦିବସ ଉପଲକ୍ଷେ ଦୀର୍ଘ ଦୁଇଦିନ ଧରି ସରକାରୀ ସ୍କୁଲର ଛାତ୍ରୀ ମାନେ ଶେରଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୱାଲ୍ ପେଣ୍ଟିଂ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଶେରଗଡ ବ୍ଲକ୍ ବିଡିଓଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ଶତାଧିକ ମହିଳା ଓ କିଶୋରୀ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭିୟୁଜ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଏଜୁକେସନ୍ ପ୍ରୋଜେକ୍ଟର ପ୍ରୋଜେକ୍ଟ ଲିଡ୍ ପ୍ରେରଣା ମେହେରଙ୍କ ସହ ମହାପ୍ରସାଦ ମହାପାତ୍ର, ବର୍ଷା ପାତ୍ର, ପ୍ରିୟଙ୍କା ସାହୁ, ସଙ୍ଗୀତା ମହାରଣା, ବନ୍ଦନା ସାହୁ, ଅନିତା ଚାନ୍ଦ ଙ୍କ ସହିତ ୟୁଥ୍ ଫେସିଲିଟେଟର ମାନେ ଉପସ୍ଥିତ ରହିଥିଲେ।