ବ୍ୟୁରୋ:- ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରାସ୍ତା ମଝିରେ ଦେଖାଇଲେ ଗୁଣ୍ଡଗିରି । ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଲିକରିବା ସହିତ ତାଙ୍କସହିତ ଜୋର ଜବରଦସ୍ତି କରିଛନ୍ତି । ରାଜ୍ୟ ବିଜେପି ସଂଖ୍ୟାଲଘୁ ସେଲ୍ ର ସଭାପତି ସିକନ୍ଦର ଅଲ୍ଲୀଙ୍କ ପତ୍ନୀ ବିଧାୟକ ହିମାଂଶୁ ଶେଖରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ବିଧାୟକ ମତେ ଅସଦାଚରଣ କରିଛନ୍ତି ।
ଅଭିଯୋଗ ମୁତାବକ ଗତ ୧୮ ତାରିଖରେ ସିକନ୍ଦର ବ୍ୟବସାୟିକକାର୍ଯ୍ୟରେ ରାହାଡ଼ପୁର ପଥର ଖାଦାନ ଅଞ୍ଚଳକୁ ଯାଇଥିବା ବେଳେ ଧର୍ମଶାଳା ବିଧାୟକଙ୍କ ଗୁଣ୍ଡା ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତବେ ସିକନ୍ଦରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇବା ପରେ ତାଙ୍କ ପତ୍ନୀ ପଥର ଖାଦାନ ଅଭିମୁଖେ ବାହାରିଥିଲେ। ତେବେ ଯିବା ବାଟରେ ଆମ୍ନାସାମ୍ନା ହୋଇଥିଲେ ଧର୍ମଶାଳା ବିଧାୟକ ଓ ସିକନ୍ଦରଙ୍କ ପତ୍ନୀ । ସିକନ୍ଦରଙ୍କ ପତ୍ନୀ ତାଙ୍କ ସ୍ୱାମୀ ଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଚାରିବାରୁ ବିଧାୟକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଗାଡି ମଧ୍ୟକୁ ଟାଣିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ସିକନ୍ଦର ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ତେଣୁ ସିକନ୍ଦରଙ୍କ ପତ୍ନୀ ପୁଣିଥରେ ଘଟଣା ସଂକ୍ରାନ୍ତରେ ଜେନାପୁର ଥାନା ଏବଂ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି ।
