ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପଥରମୁଣ୍ଡା ବଉଳ ଛକ ନିକଟରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଟାକୁଆ ଗ୍ରାମର ତୁଷାର ପ୍ରଧାନ। ସେହିପରି ଗୁରୁତର ହେଉଛନ୍ତି କଣିହାଁ ୟୁକୋ ବ୍ୟାଙ୍କର କର୍ମଚାରୀ ପପୁ ଦେହୁରୀ। ତାଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।