ପୁଅ ବିବାହ ପାଇଁ ରାଜି ନହେବାରୁ ଜୀବନ ହାରିଲେ ବାପା ମାଆ

ହିଞ୍ଜିଳି-: ପୁଅ ବିବାହ ପାଇଁ ରାଜି ନହେବାରୁ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ । ଏଭଳି ଅଘଟଣ ଘଟିଛି ଦିଗପହଣ୍ଡି ବି.ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଅଞ୍ଚଳରେ । ଖବର ଅନୁସାରେ ଆତ୍ମହତ୍ୟା କରିଥିବା ଦମ୍ପତି ଦ୍ବୟ ନିଜର ଏକମାତ୍ର ପୁଅକୁ ବିବାହାପାଇଁ କହି ଆସୁଥିଲେ କିନ୍ତୁ ପୁଅ ରାଜି ନହୋଇ ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିଲା । ତେବେ ପୁଅର ଏଭଳି ନିଷ୍ପତିରେ ବାପା ମାଆ କ୍ଷୁଧ ହୋଇ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଅବଗତ ରେଳବାଇ ପୋଲିସ ଅବଗତ ହୋଇ ମୃତ ଶରୀର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।