ପୁରୀ-: ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଦଣ୍ଡାୟମାନଥିଲା ସୁସଜ୍ଜିତ ତିନିରଥ । ସୁରୁଖୁରରେ ଚାଲୁଥିଲା ମହାପ୍ରଭୁଙ୍କ ପହଣ୍ଡି । ଜଗନ୍ନାଥଙ୍କ ଟିକେ ଝଲକ ଦେଖିବା ପାଇଁ ରଥଯାତ୍ରାକୁ ଚାହିଁ ରହିଥାନ୍ତି ଭକ୍ତ । ଆଉ ସେହି ଭକ୍ତ ମାନଙ୍କ ମଧ୍ୟରୁ ଅନେକ ଜଣ ଅଛନ୍ତି ଯିଏ ନିଜ କଳାକୁ କାଳିଆ ପାଖରେ ପ୍ରଦର୍ଶନ କରି ନିଜକୁ ଧନ୍ୟମଣିଥାନ୍ତି । କିଏ ଓଡିଶୀ ନୃତ୍ୟ କରନ୍ତି ତ ଆଉ କିଏ ଚିତ୍ରଆଙ୍କି ପଭୁଙ୍କ ପାଇଁ ସମର୍ପି ଦିଅନ୍ତି । ସବୁବର୍ଷ ପରି ଏବର୍ଷ ମଧ୍ୟ ଶରଧାବାଲିରେ କାଳିଆ ପାଇଁ ଭାବବିହ୍ୱଳ ହୋଇ କଳା ନୃତ୍ୟ କରିଥାନ୍ତି । କିନ୍ତୁ ଏବର୍ଷ ନୃତ୍ୟ କରୁଥିବା କିଛି ନୃତ୍ୟ ଶିଳ୍ପୀକୁ ବାରଣ କରାଯାଇଛି । ଯେଉଁଥିପାଇଁ ସେମାନେ ବଡଦାଣ୍ଡରେ ନାଚିବାକୁ ବଞ୍ଚିତ ରହିଥିଲେ । ପୋଲିସ ଏମାନଙ୍କୁ ନାଲି ଆଖି ଦେଖାଇ ସମ୍ପୂର୍ଣ୍ଣ ନୃତ୍ୟ ବନ୍ଦ କରିଥିଲେ । ଏତିକି ବେଳେ ଏହି ଦୃଶ୍ୟ ବରିଷ୍ଠ ସେବାୟତ ଦୃଷ୍ଟିରେ ପଡିଥିବଲା । ଆଉ ସେ ପୋଲିସକୁ ପଚାରିଥିଲେ କାହିଁକି ବାରଣ କରାଯାଉଛି । ଏହାଶୁଣି ମହିଳା ଆଇପିଏସ କହିଥିଲେ ଆମେ ଆମ ଡ଼ିଉଟି କରିଛୁ । ଏମାନେ କର୍ଡନ ଭିତରକୁ ପଳେଇ ଆସିଥିଲେ, ସେଥିପାଇଁ ଆମେ ବାରଣ କରିଛୁ । ଆଉ କିଛି କହିନାହୁଁ । ଆଉ ଏହାକୁ ନେଇ ସେବାୟତ ଏବଂ ପୋଲିସ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ଆଉ ସେବାୟତ କହିଥିଲେ କଣ ମୋତେ ଆଇପିଏସ ଦେଖାଉଛୁ । ମୁଁ କିଏ ଚିହ୍ନିଛୁ । ପ୍ରତିବର୍ଷ ସେମାନେ ଏହି ନୃତ୍ୟ ପରିବେଷଣ କରିଥାନ୍ତି । ଆପଣ କାହିଁକି ଏସବୁ ବନ୍ଦ କରୁଛନ୍ତି । ସେପଟେ ନୃତ୍ୟଶିଳ୍ପୀ କୋହଭରା କଣ୍ଠରେ କହିଛନ୍ତି ପ୍ରତିବର୍ଷ ଆମେ ଏଠି ନୃତ୍ୟ କରୁ କିନ୍ତୁ ଏଥର ଆମକୁ ବାରଣ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ନୃତ୍ୟ ବନ୍ଦ କରିବା କେତେଦୂର ଠିକ । ଡ଼ିଉଟି କର ସତ କିନ୍ତୁ ଏଭଳି ନାଲି ଆଖି ଦେଖାଇ ନୁହେଁ ।