ତେଲଙ୍ଗାନାର ରାସାୟନିକ କାରଖାନାରେ ମୃତ ୮ ଜଣ ଓଡିଆ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର-: ସୋମବାର ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ସକାଳ ସମୟରେ ତେଲଙ୍ଗାନାରେ ଥିବା ପଶାମିଲାରାମ ସିଗାଚି ରାସାୟନିକ କାରଖାନାରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଛାତର ଭଗ୍ନାବଶେଷ ଉଡ଼ି ନିକଟବର୍ତ୍ତୀ ଗଛ ଉପରେ ପଡ଼ିଥିଲା । ବିସ୍ଫୋରଣ ଯୋଗୁଁ ଅଧ କିଲୋମିଟର ଦୂରରେ ଥିବା ଅନେକ ଘରର କାଚ ଝରକା ଭାଙ୍ଗି ଯାଇଛି । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଅନେକ ଗୁରୁତର ଆହତ ହୋଇ ଅନେକ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।