ଉତ୍ତର ଭାରତରେ ବର୍ଷା ତାଣ୍ଡବ, ଚାରିଧାନ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଦେବଭୂମିରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା ଚାରିଧାମ ଯାତ୍ରା । । ୨୯ ଜୁନରୁ ୧ ଜୁଲାଇ ପର୍ୟ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଏନେଇ ୨୪ ଘଣ୍ଟା ପାଇଁ ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଯମୁନୋତ୍ରୀ ରାଜପଥ ସମେତ ଅନେକ ରାସ୍ତା ବନ୍ଦ ରହିଛି। ଏନେଇ ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବାକୁ  ନିର୍ଦ୍ଦେଶ ଦିଆଯାଇଛି।

ହିମାଚଳର କାଙ୍ଗଡ଼ା ଏବଂ କୁଲୁ, ଏବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ବର୍ଷା ଏକ ବିପର୍ୟ୍ୟୟ ପାଲଟିଛି। ଉତ୍ତରକାଶୀର ବାରକୋଟ-ଯମୁନୋତ୍ରୀ ରାସ୍ତାରେ ବାଲିଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଯାହା ବିପୁଳ କ୍ଷତି କରିଛି। ପାଣିର ଦ୍ରୁତ ପ୍ରବାହ ଯୋଗୁଁ ଏଠାରେ ଏକ ନିର୍ମାଣାଧୀନ ହୋଟେଲ ସ୍ଥାନରେ କାମ କରୁଥିବା ୮ ରୁ ୯ ଜଣ ଶ୍ରମିକ ନିଖୋଜ ହୋଇଗଲେ।ସୂଚନା ପାଇବା ମାତ୍ରେ ଝଊଜୠ ଏବଂ ଘଊଜୠ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ କାର୍ୟ୍ୟ ଆରମ୍ଭ କରିଛନ୍ତି। ଏହା ବ୍ୟତୀତ, ଅନେକ ସ୍ଥାନରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ହେଲେ ଆଶ୍ୱସ୍ତିର କଥା ହେଉଛି ଯେ କୌଣସି ଜୀବନହାନିର ସୂଚନା ନାହିଁ। ପାଣିପାଗ ବିଭାଗ ଋଷିକେଶ, ରୁରକି, ରାଣୀଖେତ, ଡେହରାଡୁନ, ଉତ୍ତରକାଶୀ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆଗାମୀ ୫ ଦିନ ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି।

ଏପଟେ ଗତକାଲି ରାତିରେ ଉତ୍ତରକାଶୀ ଜିଲ୍ଲାର ବାରକୋଟ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ୧୭ ଜଣ ଶ୍ରମିକ ଭାସି ଯାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଯମୁନୋତ୍ରୀ ରାଜପଥ ସମେତ ଅନେକ ରାସ୍ତା ବନ୍ଦ ରହିଛି। ସେପଟେ ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବାକୁ  ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।