ମହିଳା ଭକ୍ତଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲା ମାଙ୍କଡ । ଅନେକ ମନ୍ଦିର ଅବା ଦର୍ଶନୀୟ ସ୍ଥାନ ମାନଙ୍କରେ ମାଙ୍କଡ ମାନେ ପର୍ଯ୍ୟଟକ ତଥା ଭକ୍ତ ମାନଙ୍କ ପାଖରୁ ଖାଦ୍ୟ ପଦାର୍ଥ ଛଡାଇ ନେଇଥାନ୍ତି । ଅବା ପର୍ସ ମଧ୍ୟ ଛଡାଇ ନେଇ ଥାନ୍ତି । ସେହିପରି ଏଠାରେ ମାଙ୍କଡଟି ଅଳଙ୍କାର ବ୍ୟାଗ ଛଡାଇ ନେଇଛି ।

ସୂଚନା ଅନୁସାରେ ଆଲିଗଡର ହୀରା ବ୍ୟବସାୟେୀ ଅଭିଷେକ ଅଗ୍ରୱାଲ ଏବଂ ତାଙ୍କ ପରିବାର ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଗାଡି ରଖିଥିବା ପାର୍କିର୍ଂ ଆଡକୁ ଯାଉଥିବା ବେଳେ ହଠାତ ଏକ ମାଙ୍କଡଟି ପାଖକୁ ଆସି ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଥିବା ହ୍ୟାଣ୍ଡ ବ୍ୟାଗକୁ ଛଡାଇ ନେଇଥିଲ । ମାଙ୍କଡଟିକୁ ଯେତେ ପ୍ରକାର ଖାଦ୍ୟ ଦେଖାଇ ବ୍ୟାଗ ଆଣିବାକୁ ଚେଷ୍ଟା କରିଥିଲେ ବି ଶେଷରେ ବିଫଳ ହୋଇଥିଲେ ।ଶେଷରେ ସେମାନେ ପୋଲିସର ସାହାର୍ଯ୍ୟ ଲୋଡିଥିଲେ । ପରେ ଦୀର୍ଘ ଆଠ ଘଣ୍ଟାର ପ୍ରୟାସ ପରେ ସେମାନେ ବ୍ୟାଗଟିକୁ ସୁରକ୍ଷିତ ଭାବରେ ଫେରାଇ ଆଣି ଏହାର ମାଲିକଙ୍କୁ ହସ୍ତାନ୍ତର କରିଥିଲେ ।
