ରାଜସ୍ଥାନରେ ଲଜ୍ଜ୍ୟା । ହସ୍ପିଟାଲ ବେଡରେ ମିହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ । ଏପରି ହୃ୍ଦୟ ଥରା କାହାଣୀ ଘଟିଛି ଅଲୱାରର ଏମଆଇଏ ଶିଳ୍ପାଞ୍ଚଳରେ ଅବସ୍ଥିତ ESIC ମେଡିକାଲ କଲେଜରେ । ଜୁନ ୪ ତାରିଖରେ ଏପରି ଘଟଣା ଘଟିଛି । ସୂଚନା ଅନୁସାରେ ଜଣେ ୩୨ ବର୍ଷୀୟ ବିବାହିତ ମହିଳାଙ୍କୁ ଚିକିତ୍ସା ପାଇଁ ଏହି ESIC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । । ପୀଡିତାଙ୍କୁ ଟ୍ୟୁବ୍ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ଭି କରାଯାଇଥିଲା ଓ ଅସ୍ତ୍ରୋପଚାର ପରେ, ନର୍ସ ଆଇସିୟୁକୁ ସ୍ଥାନାନ୍ତରିତ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ ଏବଂ ଅର୍ଦ୍ଧଚେତନ ଅବସ୍ଥାରେ ତାଙ୍କୁ ବଳାତ୍କାର କରିଥିଲେ । ଯେତେବେଳେ ପୀଡିତା ଚେତା ଫେରିଲେ ଏବଂ ତାଙ୍କ ସ୍ବାମୀଙ୍କୁ ଘଟଣା ବିଷୟରେ କହିଲେ। ଶୁକ୍ରବାର ଦିନ MIA ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା ।

FIR ଅନୁଯାୟୀ, ଅଭିଯୁକ୍ତ ନର୍ସ ୱାର୍ଡରେ ପରଦା ଲଗାଇ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମେଡିକାଲ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛି । ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଛି ଏବଂ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି ଏବଂ ତାଙ୍କ ବୟାନ ରେକର୍ଡ କରିଛି। ଏହି କ୍ରମରେ, ପୋଲିସ ହସ୍ପିଟାଲରେ ଲାଗିଥିବା CCTV କ୍ୟାମେରା ଯାଞ୍ଚ କରୁଛି।

ଏହି ସମ୍ପର୍କରେ ମେଡିକାଲ କଲେଜର ଡିନ୍ ଡାକ୍ତର ଅସୀମ ଦାସ କହିଛନ୍ତି ଯେ ମାମଲା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏହାର ତଦନ୍ତ ପାଇଁ ଏକ ଦଳ ଗଠନ କରାଯାଇଛି। ସେହି ଦଳ ଶନିବାର ସୁଦ୍ଧା ତାର ରିପୋର୍ଟ ଦାଖଲ କରିବ। ଏହି ମାମଲାରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
