ଭୁବନେଶ୍ୱର : ଦୁଗ୍ଧ ଚାଷ କୁ ଦ୍ୱିଗୁଣିତ କରିବେ ରାଜ୍ୟ ସରକାର। ଏଥିପାଇଁ ଆସନ୍ତା କାଲି ଦୁଗ୍ଧ ଦିବସ ଅବସରରେ ୭୫ ଟି ଗୋଶାଳାକୁ ମୁଖ୍ୟମନ୍ତ୍ରୀ ୧୦ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ । ପୂର୍ବରୁ ୬୬ ଟି ଗୋଶାଳା କୁ ୯ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି କାମଧେନୁ ଯୋଜନାରେ ଦୁଇଟି ଗାଈ ୭୦ ପ୍ରତିଶତ ସବସିଡ଼ି ରେ ଯୋଗାଇ ଦେଉଛୁ । ଓମ୍ଫେଡ଼ କୁ ଅଧିକ କ୍ରିୟାଶୀଳ କରାଯାଉଛି । ତା ସହ ଚାଷୀ ଙ୍କୁ ଗୋ ଖାଦ୍ୟ ଓ ଘାଷ ଚାଷ ପାଇଁ ବି ପ୍ରୋତ୍ସାହନ ଯୋଗାଇ ଦେଇଛୁ । ରାଜ୍ୟରେ କିପରି ଦୁଗ୍ଧ ଚାଷ ଅଧିକ ହେବ ସେ ନେଇ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି ।