ନୂଆଦିଲ୍ଲୀ: ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଜିତ କୁମାର। ତାଙ୍କର ଉତ୍କୃଷ୍ଟ ଅଭିନୟ କ୍ୟାରିୟର ପାଇଁ ସୋମବାର ଅଭିନେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ ଅଜିତ କୁମାରଙ୍କୁ ତାଙ୍କ ପତ୍ନୀ ଶାଳିନୀ, ଝିଅ ଅନୁଷ୍କା ଓ ପୁଅ ଆଦ୍ଵିକଙ୍କ ସହ ଚେନ୍ନଇ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବାପରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଜିତ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସେ ତାଙ୍କ ସ୍ୱର୍ଗତ ପିତା, ପି. ସୁବ୍ରମଣ୍ୟମଙ୍କୁ ମାନେ ପକାଇବା ସହିତ ଏହି ସଫଳତାର ମୁହୂର୍ତ୍ତରେ ସାକ୍ଷୀ ହୁଅନ୍ତେ କି ବୋଲି କାମନା କରିଥିଲେ ।