ହନୁମାନ ଜୟନ୍ତୀ ପାଇଁ ସମସ୍ତ ବ୍ୟବସ୍ଥା କରାଜାଇଛି : ଏଡିଜି

ଭୁବନେଶ୍ୱର :  ଆସନ୍ତା କାଲି ହନୁମାନ ଜୟନ୍ତୀ । ଏହି ଅବସରରେ ଆଇନ ଶୃଙ୍ଖଳାକୁ କଡକଡି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏଡିଜି  ।  ସେ କହିଛନ୍ତି  ପଶ୍ଚିମ, ପୂର୍ବ ଓ ଉତ୍ତର ଓଡିଶାରେ ଏହି ପର୍ବ ପାଳନ କରାଯାଏ ।  9 ଟି ଜିଲ୍ଲା ପାଇଁ ସମସ୍ତ ବ୍ୟବସ୍ଥା କରାଜାଇଛି ।

  ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଏ ।   ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ, ଡିଜି, ଜିଲ୍ଲା ଏସପି, ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।   7 କମ୍ପାନୀ CSPF ଅଛନ୍ତି. ତିନୋଟି କମ୍ପାନୀ RAPF ମୁତୟନ । 200ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।  650 ସିସିଟିଭି କ୍ୟାମେରା ଲାଗିଛି ।   50ଟି ଦ୍ରୋନ ଲାଗିଛି । ସବୁ ଜିଲ୍ଲା ରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।  ସମ୍ବଲପୁରରେ 20 ଟି ଅତିରିକ୍ତ ଗାଡି ଦିଆଯାଇଛି ।

 ଗାଡି ରେ 360କ୍ୟାମେରା ଲାଗିଛି ।   ସେସବୁ ଗାଡି ସହର ରେ ବୁଲିବ ।  ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ବ୍ୟାରିକେଡ଼ କରାଯାଇଛି ।   ହିଟୱେଭ ପାଇଁ ପାଣି, ମେଡିକାଲ ଫେସିଲିଟି କରାଯିବା ।   ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିବ ।   ସୋସିଆଲ ମିଡିଆରେ ଉପରେ ନଜର ରଖାଯାଇଛି ।

ସମ୍ବଲପୁରରେ ବଡ଼ ବଡ଼ LCD ଲାଗିଛି ।  ସିସିଟିଭି ଓ ଦ୍ରୋନ ସହ LCD ଯୋଡି ହୋଇକି ରହିଛି ।  ଯାହା ଫଳରେ ସବୁ ଲାଇଭ ଦେଖିହବ ।  କାଲି ସକାଳୁ ଫୋର୍ସ ସବୁଠି ମୁତୟନ ହୋଇଯିବେ  ।   ପ୍ରୋସେସନ ଉପରେ ପୋଲିସ ନଜର ରଖିବ. ସାଦା ପୋଷଦ ଧାରୀ  ପୋଲିସ ନଜର ରଖାଯିବ । ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖିଛି ।   ଯେଉଁମାନେ ରିୟୁମର କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।