ବାଲିଅନ୍ତା ( ଜିତେନ୍ଦ୍ର କୁମାର ବେଉରା );-ଭୁବନେଶ୍ୱର-ପୂରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ସିଫା ସମ୍ମୁଖରେ ବିଳମ୍ବିତ ରାତିରେ ବସ ଦୁର୍ଘଟଣା | ଭୁବନେଶ୍ୱରରୁ ପୂରୀ ଅଭିମୁଖେ ଯାଉଥିବା ଏକ ପର୍ଯ୍ୟଟକ ବସ ରାସ୍ତା ପାର୍ଶ୍ୱକୁ ଓଲଟିପଡିଲା | ଏଥିରେ ୬0 ଜଣରୁ ଅଧିକ ପର୍ଯ୍ୟଟକ ଯାଉଥିବା ବେଳେ ୩୦ ରୁ ଉର୍ଦ୍ଧ୍ଵ ଗୁରୁତର ଆହତ ହୋଇଛନ୍ତି ଏବଂ ୫ ରୁ ଅଧିକ ପର୍ଯ୍ୟଟକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ବିଳମ୍ବିତ ରାତି ୨ ଟାରେ ଘଟିଥିବା ଏହି ଦୁର୍ଘଟଣା ରେ ସ୍ଥାନୀୟ ପୁଲିସ ଓ ସ୍ଥାନୀୟ ଲୋକ ଙ୍କ ସମେତ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା | ଉଦ୍ଧାର ପରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଦିଆଯାଇଥିଲା | ଦୁର୍ଘଟଣା କାରଣରୁ ବହୁ ସମସ୍ତ ଧରି ଉଭୟ ରାସ୍ତାରେ ଗାଡ଼ି ମଟର ଫସିରହିଥିଲା | ତେବେ କେଉଁ କାରଣରୁ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ସଠିକ ଭାବେ ଜଣାପଡିନଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି |