ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭରୁ ବଢିଲା ଗ୍ୟାସ ଦର । କିଛି ଦିନ ବ୍ୟବଧାନରେ ପୁଣି ମହଙ୍ଗା ହେଲା ଏଲପିଜି । ସରକାରୀ ତୈଳ କମ୍ପାନୀ ଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ୧୯ କିଲୋ ଏଲପିଜି ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରାଯାଇଛି ।

ସେହିପରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସିଲିଣ୍ଡର ଦର ଏବେ ୧୭୯୭ ରୁ ବଢି ୧୮୦୩ ଟଙ୍କା ହୋଇଛି । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ ଦିନ ୭ ଟଙ୍କା ହୋଇଛି । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ ଦିନ ୭ଟାଙ୍କା କମିଥିଲା । ଅନ୍ୟପଟେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।