ମହାକୁମ୍ଭରେ ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଘୋଷଣା କଲେ ଯୋଗୀ ସରକାର

ପ୍ରୟାଗରାଜ: ସରିଲା ପ୍ରୟାଗରାଜ ମହାକୁମ୍ଭ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ ସହ ମହାକୁମ୍ଭର ମଧ୍ୟ ସରିଛି । ଶେଷ ଦିନରେ ମଧ୍ୟ ସଙ୍ଗମ ସ୍ଥଳରେ ଦେଖିବାକୁ ମିଳିଥିଲା ପ୍ରବଳ ଶ୍ରଦ୍ଧାଳୁଙ୍କ ସାମାଗମ । ମହାରାତ୍ରି ଥିବାରୁ ପ୍ରାୟ ୨କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ ପକାଇଥିବା କୁହାଯାଉଛି ।ବିଗତ ଦେଢମାସ ହେବ ଚାଲିଥିଲା ଏହି ମହାକୁମ୍ଭ ମେଳା ।
ତେବେ ମେଳା ସରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ଅରୈଲ ଘାଟରେ ଝାଡୁ ମାରି ସଫା କରିଛନ୍ତି । ଏହାସହିତ ଗଙ୍ଗ ନଦୀରୁ ଅଳିଆ ସଫା କରିଛନ୍ତି । ଆଉ ସଫେଇ କର୍ମଚାରୀଙ୍କ ସହିତ ତଳେ ବସି ମଧ୍ୟ ଖାଇଛନ୍ତି । ଏହା ସହ ସିଏମ ଯୋଗୀ ମହାକୁମ୍ଭରେ ଲୋକଙ୍କୁ ସେବା କରୁଥିବା ସଫେଇ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ନାବିକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମହାକୁମ୍ଭରେ ସେବା ଦେଉଥିବା ସଫେଇ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ବୋନସ ଦେବାର ଘୋଷଣା କରିଛନ୍ତି । ସମସ୍ତଙ୍କୁ ଆୟୁଷ୍ମାନ ଯୋଜନା ସହିତ ଯୋଡି ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ଦିଆଯିବ ବୋଲି କହିଛନ୍ତି ।