ଟାଙ୍ଗୀ /ରାକେଶ କୁମାର ଜଗଦେବ: ରେଳ ଲାଇନ ଉପରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତ ଦେହ। ମୃତ ଯୁବକଙ୍କ ନାମ ମାଗା ସୁବୁଦ୍ଧି ବୟସ ୨୬ ବର୍ଷ ହୋଇଥିବା ବେଳେ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମରେ।
ସୂଚନା ଅନୁଯାୟୀ, ମୃତ ଯୁବକ ୨୪ ଘଣ୍ଟା ତଳୁ ଘରୁ ନିଖୋଜ ଥିଲେ। ଘର ଲୋକେ ଏ ନେଇ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମାଗା ସୁବୁଦ୍ଧିର ପତ୍ତା ପାଇ ପାରି ନଥିଲେ। ଆଜି ସକାଳୁ ଗାଁ ଲୋକେ ବିଲ ବାଡ଼ି କାମକୁ ଯାଇଥିବା ବେଳେ ଛକଡି ପୁର ନିକଟ ୩ ଶଙ୍ଖ ରେଳ ଲାଇନ ଉପରେ କ୍ଷତାକ୍ତ ମୃତ ଦେହ ଦେଖିବାକୁ ପାଇଥିଲେ ଗାଁ ଲୋକେ। ଏ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଚିହ୍ନଟ କରିଥିଲେ। ଖବର ପାଇଁ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଥିବା ବେଳେ ଏହାକୁନେଇ ଗାଁ ରେ ଉତ୍ତେଜନା ଦେଖା ଦେଇଛି।