ସତ୍ୟପାଠରୁ ସ୍ପଷ୍ଟ ହେଲା ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡିଶାରୁ ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କରିଛନ୍ତି

(ଭୁବନେଶ୍ୱର;ରିପୋଟର୍ସ ଟୁଡେ);-ସତ୍ୟପାଠରୁ ସ୍ପଷ୍ଟ ହେଲା ରାଜ୍ୟ ସଭା ଉପନିର୍ବାଚନ ପାଇଁ ଓଡିଶାରୁ ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କରିଛନ୍ତି । ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ଆଜି ରହିଛି ପାର୍ଥି ପତ୍ର ଯାଞ୍ଚ ପ୍ରକ୍ରିୟା।

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।  ଦଳୀୟ ପ୍ରାର୍ଥୀ ମମତା ମହାନ୍ତ ପ୍ରାର୍ଥିପତ୍ର ଭରିଥିବାବେଳେ ଶେଷ ସମୟରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥଙ୍କ ପାଇଁ ବିଜେପିର ୧୦ ଜଣ ବିଧାୟକ ପ୍ରସ୍ତାବକ ରହିଛନ୍ତି । ସ୍ବାକଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଅନୁଗୁଳ ବିଧାୟକ ଅଗସ୍ତୀ ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ନାଏକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବଡ଼ଚଣା ବିଧାୟକ ଅମର ନାୟକ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକଙ୍କ ସହ ୧୦ ଜଣ ଜଗନ୍ନାଥଙ୍କର ପ୍ରସ୍ତାବକ ରହିଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ମତରେ ଯଦି କଂଗ୍ରେସ ଓ ବିଜେଡି ଜଗନ୍ନାଥଙ୍କୁ ସମର୍ଥନ କରନ୍ତି ତେବେ ବିଜେପି ପ୍ରାର୍ଥୀ ମମତାଙ୍କ ବିଜୟ ସମ୍ଭାବନା ସଂକଟରେ ପଡ଼ିଯିବ ।