ପଶ୍ଚିମବଙ୍ଗରୁ ଆସିଲା ହଜାର ଟ୍ରକ ଆଳୁ : ଖାଉଟି ହେବେ ଖୁସି…

ଭୁବନେଶ୍ୱର : ଏଥର ଦୂର ହେବ ଆଳୁ ସଙ୍କଟ । ଶେଷରେ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଛାଡିଛନ୍ତି । ପଶ୍ଚିମବଙ୍ଗରୁ ଆଜି ହଜାରେ ଟ୍ରକ ଆଳୁ ଆସୁଛି । ଏହି ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିବା ଆରମ୍ଭ ହୋଇସାରିଛି । ବାକି ପରିମାଣର ଆଳୁ ମଧ୍ୟ ଖୁବ ଜଲ୍ଦି ଓଡ଼ିଶାରେ ଆସି ପହଞ୍ଚିବ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗର ଯୋଗାଣ ମନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା ହେବା ପରେ ଏହି ଖବର ଆସିଛି । ଓଡିଶାକୁ ପଶ୍ଚିମବଙ୍ଗ ପକ୍ଷରୁ ଆଳୁ ସେବା ବନ୍ଦ ହେବା ପରେ ଓଡ଼ିଶାରେ ପ୍ରାୟ ଏକ ମାସ ହେବା ଆଳୁ ସଙ୍କଟ ଲାଗିରହିଥିଲା । ଏହାପରେ ମମତାଙ୍କୁ ମନାଇବା ପାଇଁ ପଶ୍ଚିମବଙ୍ଗରେ ପହଂଚିଥିଲେ ଜଗୁନି । ଆଉ ଏବେ ଆଳୁ ଆସିବାର ଖୁସି ଖବର ଦେଇଛନ୍ତି । ଆଳୁ କିଲୋ ପ୍ରତି ପ୍ରାୟ ୬୦-୭୦ ଟଙ୍କାରେ ବିକ୍ରି ହେଉଥିଲା । ଏହା ପରେ ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଥିଲା । ଏବେ ପଶ୍ଚିମବଙ୍ଗରୁ ବି ଆଳୁ ଆସିବା ଆରମ୍ଭ ହୋଇଥିବା ଖୁସି ଖବର ସମସ୍ତଙ୍କୁ ଖୁସି କରିଦେଇଛି ।