ଭୁବନେଶ୍ୱର; ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ ।ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ୯୫ ହଜାର କୋଟି ଲେଖା ଅନୁଦାନକୁ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ। ସେପଟେ ଗୃହରେ ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କୃଷି ମନ୍ତ୍ରୀ । ଚିଟଫଣ୍ଡ କମ୍ପାନୀ ମାନଙ୍କୁ ଦିଆଯାଇଥିଲା ଶୀତଳ ଭଣ୍ଡାର ନିର୍ମାଣ ଦାୟିତ୍ୱ । ଯାହା ଦ୍ୱାରା ଶୀତଳ ଭଣ୍ଡାର ବୁଡି ଯାଇଛି । ବର୍ତ୍ତମାନ ମୋହନ ସରକାର ୫୮ ଟି ଶୀତଳ ଭଣ୍ଡାର କରିବେ ।