ଭୁବନେଶ୍ବର; ଭୁବନେଶ୍ୱରରେ ଦବିଲା ରାସ୍ତା । ଭୁବନେଶ୍ୱର ଡୁମଡୁମା ନିକଟରେ ଜାତୀୟ ରାଜପଥ ଦବିଥିବା ସୂଚନା ମିଳିଛି । ବ୍ୟସ୍ତ ବହୁଳ ୧୬ ନମ୍ବର ଜାତୀୟ ରାଜପଥ ହଠାତ ଦବିଗଲା । ତେବେ ଦବି ଯାଇଥିବା ରାସ୍ତାରେ ମିନି ଟ୍ରକ ଫସିଥିବା ଜଣାପଡିଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । ଟ୍ରକଟିର ଚକା ମଧ୍ୟ ରାସ୍ତା ସହ ଦବିଯାଇଛି । ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଜାତୀୟ ରାଜପଥରେ ଏହି ଫ୍ଲାଏଓଭର ରାସ୍ତାଟି ଖୋଲିଥିଲା । ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।