ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି ସମ୍ବିତ ପାତ୍ର

ପୁରୀ; ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ପ୍ରକାର ଜିନିଷ ତିଆରୀ କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି । ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ନିଜେ ସ୍ୱାଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ବି ସ୍ୱାବଲମ୍ବୀ କରିପାରୁଛନ୍ତି । ଖାଲି ଓଡିଶାରେ ନୁହେଁ ବିଦେଶରେ ବି ମହିଳାଙ୍କ ରହିଛି ସ୍ୱତନ୍ତ୍ର ସ୍ତାନ । ଓଡିଶାର ମହିଳା ମାନେ ବିଭିନ୍ନ ସ୍ତରରେ ନିଜ ହାତ ତିଆରି ଜିନିଷକୁ ବାହାରେ ବିକ୍ରି କରି ରୋଜଗାର କରିନ୍ରୁଛନ୍ତି । ଏଥିପାଇଁ ଏମାନେ ତିଆରି କରୁଥିବା କରୁଥିବା ଦ୍ରବ୍ୟକୁ ଭାରତବର୍ହରେ ପ୍ରଚାର ପ୍ରସାର କରିବା ପାଇଁ ସମ୍ବିତ ପାତ୍ର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇଛନ୍ତି ।  ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ ‘ଶ୍ରୀ’ ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ୟ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ ମେଳା’ରେ ମାତୃଶକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଷ୍ଟଲ ବିଶେଷ ଭାବେ ଅବସ୍ଥାପିତ ହୋଇଥାଏ । ଚଳିତ ବର୍ଷ ପୁରୀରେ ୯ ଦିନିଆ ‘ପଲ୍ଲିଶ୍ରୀ ମେଳା’କୁ ଉଦଘାଟନ କରିବା ପରେ ସମ୍ବିତ ପାତ୍ର ଓଡ଼ିଶାର ‘ସ୍ଵୟଂ ସହାୟକ ଗୋଷ୍ଠୀ’ର ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଏକ ବିଶେଷ ଉପହାର ପେଟି ପୁରୀ ସ୍ଥିତ ରାଜଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେଇଛନ୍ତି ।ସମ୍ବିତ ପାତ୍ର ଏହି ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେ ଏଥର ପଲ୍ଲୀଶ୍ରୀ ମେଳାରେ ପୁରୀ ଜିଲ୍ଲା ସମେତ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ହୋଇଛି । ଆମ ମାଆ ଭଉଣୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ । ଏହା ସହ ପଲ୍ଲିଶ୍ରୀ ମେଳାରେ ଏହି ବର୍ଷ ୧୮ କୋଟିର ବ୍ୟାପାର ହେବାର ଆମେ ଲକ୍ଷ୍ୟ ରଖିଛୁ । ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ଉତ୍ପାଦଗୁଡିକ ବିଷୟରେ ତଥ୍ୟ ଗ୍ରହଣ ପରେ, ଆମ ମାତୃଶକ୍ତିମାନଙ୍କର ପ୍ରୟାସକୁ ଯଥେଷ୍ଟ ପ୍ରଶଂସା କରିଛନ୍ତି ।