ଜଗତସିଂହପୁର : ବିଧାୟକ ହେଉହେଉ ଆକ୍ସନମୋଡରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ହସ୍ପିଟାଲର ଅବ୍ୟବସ୍ଥା ଦେଖି ଡାକ୍ତରଙ୍କୁ ତାଗିଦ କଲେ ଵିଧାୟକ। ସୂଚନା ଅନୁସାରେ ଆଜି ସକାଳୁ ହାଠାତ୍ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଏଠି ଚାଲିଥିବା ରୋଗୀ ଵ୍ୟଵସ୍ଥାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଵିଧାୟକ । ଏଣୁ ରୋଗୀଙ୍କ ପ୍ରତି ଅବହେଳା ଆଉ ଚଳିଵ ନାହିଁ ବୋଲି ଅଧିକାରୀଙ୍କୁ ସିଧା ସିଧା ଚେତାଇ ଦେଇଥିଲେ ବିଧାୟକ | ତେବେ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି କେମିତି ଗରିବ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ପାଉଛନ୍ତି ନା ନାହିଁ ତାଙ୍କ ଠାରୁ ପଚାଲି ଵୁଝିଥିଲେ । ବିଧାୟକଙ୍କୁ ହଠାତ ଦେଖି କିଛି ସମୟ ପାଇଁ ହଡବଡେଇ ଯାଇଥିଲେ ଅଧିକାରୀ । ଏହା ପୂର୍ବରୁ ରାଜ୍ୟସରକାର ଡିଣ୍ଡିମ ପିଟୁଥିଲେ ଯେ ୫ ଟି ରେ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ମିଳୁଛି । କିନ୍ତୁ ବାସ୍ତବିତ ଠାରୁ ଵହୁ ଦୂରରେ । ଵିଜେପି ସରକାର ଶପଥ ନେଉନେଉ ଏଵେ ଆକ୍ସସନ ମୋଡରେ ଆସିଛନ୍ତି ଵିଧାୟକମାନେ ।