ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ଖସି ପଡି ବିଦେଶୀ ନାଗରିକଙ୍କ ମୃତ୍ୟୁ । କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଲ ଫ୍ଲାଗର ଜାହାଜ ‘ଏମଭି ଯୁକାଡ’ ର ଜଣେ ଓ. ଏସ. ମ୍ୟାନ ଙ୍କ ମୃତ୍ୟୁ ଘଟିଛି । ଗତ କାଲି ଅପରାହ୍ନରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ ସଫେଇ କରୁଥିବା ବେଳେ ହଠାତ ତଳକୁ ଖସିପଡିଥିଲେ । ତାଙ୍କୁ ଆଙ୍କରେଜରୁ ଉଦ୍ଧାର କରି ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ଏହି ଜାହଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜ ରହିଥିଲା । ଏନେଇ ପାରାଦୀପ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି କହିଛି । ଫିଲିପାଇନ୍ସ ଦୂତାବାସ ସହିତ ଯୋଗା ଯୋଗ କରାଯାଇ ମୃତ ଶରୀର ପଠା ଯିବାକୁ ବ୍ୟବସ୍ଥା କରାଯାଉଛି ।