ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ ପଟ୍ଟନାୟକ

ହିଞ୍ଜିଳି : ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ।୨୪ ଲଢେଇ ପାଇଁ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଛନ୍ତି। ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଛନ୍ତି । ଏଥିପାଇଁ ପୁରା ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡକାଡି କରାଯାଇଛି । ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡରେ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ । ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଅଛନ୍ତି । ବିଜେଡିର ଶୀର୍ଷ ଷ୍ଟାର ପ୍ରଚାରକ ଭାବେ ନବୀନ ହିଞ୍ଜିଳି ନିର୍ବାଚନ ମଇଦାନରେ ଓହ୍ଲାଇବା ପାର ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ରାଯାଇଛି ।