ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଯାତ୍ରା ସମୟରେ ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ସହ କଥା ହୋଇଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।
ଦିଲ୍ଲୀର ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସେମାନଙ୍କ ସମସ୍ୟା ଓ ସୁବିଧା ସମ୍ପର୍କରେ ଜାଣିବା ପାଇଁ ଏଭଳି ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି ।