ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ।

ସେପଟେ କଳାବାଘ ସଫାରି ଲାଗି ଏନଟିସିଏ ଅନୁମତି ଦେଇଛି । ଅଭ୍ୟୟାରଣ୍ୟ ଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର ଜମିରେ ହେବ କଳା ବାଘ ସଫାରି । ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି କୁହାଯାଉଛି । କାର୍ଯ୍ୟ ଶେଷ ପରେ ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ରହିବେ । ପରେ ଅସନ୍ତାଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇପାରିବେ ବୋଲି ସୂଚନା ରହିଛି ।