ଏସିଆନ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି । ଜାପାନରରେ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଆୟୋଜିତ ହେବ ଏସିଆନ ଗେମ୍ସ ୨୦୨୬ । ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ପୁଣି ଥରେ ସଲିମା ଟେଟେଙ୍କୁ ଦିଆଯାଇଛି । ଏସିଆନ ଗେମ୍ସ ୨୦୨୬ ପାଇଁ ହକି ଇଣ୍ଡିଆ ଘୋଷଣା କରିଥିବା ୨୦ ଜଣିଆ ଦଳରେ ଓଡ଼ିଶାର ଦୁଇ ପ୍ରତିଭାବାନ ଖେଳାଳି ଜ୍ୟୋତି ଛତ୍ରୀ ଓ ସୁନେଲିତା ଟୋପୋ ସ୍ଥାନ ପାଇଛନ୍ତି । ଏହି ଯୁବ ଟିମ ଭଲ ପ୍ରଦର୍ଶନ କରିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଗତ ସଂସ୍କରଣରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ଭାରତୀୟ ଦଳ: ସବିତା ପୂନିଆ, ବିଛୁ ଦେବୀ ଖାରିବାମ, ଈଶିକା ଚୌଧୁରୀ, ସୁଶୀଲା ଚାନୁ, ଲାଲଥାନ୍ତୁଲୁନାଗି, ଜ୍ୟୋତି, ଶିଳ୍ପୀ ଦେବାସ, ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲୀତା ଟପ୍ପୋ, ସଲିମା ଟେଟେ, ନେହା, ଦୀପିକା ସୋରେଙ୍ଗ, ଲାଲରେମସିୟାମି ହାମରଜୋଟେ, ରୁତୁଜା ପିସାଲ, ନବନୀତ କୌର, ଦୀପିକା, ଈଶିକା, ବଲଜିତ କୌର ଓ ବ୍ୟୁଟି ଡୁଙ୍ଗଡୁଙ୍ଗ ।