କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ଦ୍ୱତୀୟ ବାର୍ଷିକ ସ୍ବର୍ଗତ ନେପାଳ ବେହେରା ସ୍ମାରକୀ ଆନ୍ତଜିଲ୍ଲା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ସ୍ବର୍ଗତ ନେପାଳ ବେହେରା ହେଉଛନ୍ତି ପୂର୍ବତନ ପରିବହନ ମନ୍ତ୍ରୀ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ବଡ଼ଭାଇ I ଦୀର୍ଘଦିନ ଧରି ଜଣେ ଦକ୍ଷ ସେନା ଅଧିକାରୀ ଭାବରେ ଦେଶମାତୃକା ର ଶେବା କରିବା ସହ ସ୍ବର୍ଗତ ନେପାଳ ବେହେରା ଏହି ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା କ୍ରୀଡା ସଂଗଠକ ଭାବରେ ପ୍ରତିଷ୍ଠାଲାଭ କରିପାରିଥିଲେ I ତାଙ୍କର ସୃତିଚାରଣ କରିବା ସହ ତାଙ୍କର ଆମରଆତ୍ମା ର ସତଗତି କାମନା ଉଦେଶ୍ୟ ରେ ଗତ ଦୁଇବର୍ଷ ହେଲା କାର୍ତ୍ତିକେନ୍ଦୁ ବେହେରା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ପରିବାର ତରଫରୁ ଏହି ଦୁଇଦିବସିୟ ଅନ୍ତଜିଲ୍ଲା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତବର୍ଷ ମଧ୍ୟ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ତେବେ ଏହି ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର, ସଭ୍ୟ ନୀଳଗିରି ଦିଗାଳ, ବରିଷ୍ଠ ଶିକ୍ଷାବିତ ତଥା ପୂର୍ବତନ ମନ୍ତ୍ରୀ ଙ୍କ ଭିଣୋଇ ଗୟାଧର ଦିଗାଳ, ଫିରିଙ୍ଗିଆ ର ପୂର୍ବତନ ବ୍ଲକ ଅଧକ୍ଷ ଲାଲନନ୍ଦ ପ୍ରଧାନ,ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ, ଅବସରପ୍ରାପ୍ତ ପୋଲିସ ଆସିକାରୀ ଜୟଚନ୍ଦ୍ର ମଳିକ, ବିଜେଡି ବ୍ଲକ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଙ୍କ ସାନଭାଇ ପ୍ରଦୀପ କୁମାର ବେହେରା, ଭୃଙ୍ଗିଯୋଗୀ ସରପଞ୍ଚ ଏସିଆ କହଁର, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର ଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଦୁଇଦିନ ଧରି ଏହି ପ୍ରତିଯୋଗିତା କୁ ପୂର୍ବତନ ମନ୍ତ୍ରୀ ଙ୍କ ପିତା ସ୍ୱର୍ଗତ କାର୍ତ୍ତିକେନ୍ଦୁ ବେହେରା ଙ୍କ ପରିବାର ତରଫରୁ ସ୍ୱର୍ଗତ ନେପାଳ ବେହେରା ଙ୍କ ବଡ଼ ପୁଅ ପିତାମ୍ବର ବେହେରା ଙ୍କ ସହ ପଦ୍ମନାଭ ବେହେରା ଙ୍କ ବଡ଼ପୁଅ ତଥା ଓଡିଶା ଫୁଟବଲ ଏସୋସିଏସନ ର ରାଜ୍ୟ ଉପସଭାପତି ହୃଦୟ ରଞ୍ଜନ ବେହେରା ଆୟୋଜନ କରିଥିବା ବେଳେ ସ୍ବର୍ଗତ କାର୍ତ୍ତିକେନ୍ଦୁ ବେହେରା ଙ୍କ ନାତି ତଥା କନ୍ଧମାଳ ଜିଲ୍ଲାର ଜଣାଶୁଣା କ୍ରୀଡାବିତ ଓ କ୍ରୀଡା ସଙ୍ଗଠକ ଭବାନୀଶଙ୍କର ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ I ଅନ୍ୟପଟେ ଦୁଇଦିନ ଧରି ଏହି ପ୍ରତିଯୋଗିତାରେ ଫିରିଙ୍ଗିଆ ର ସୁଜିତ ଫୁଟବଲ କ୍ଳବ ର ବରିଷ୍ଠ ସଦସ୍ୟ ବିଭୁଦତ୍ତ ମୁଖି ଓ ରାଜେଶ କୁମାର ଦିଗାଳ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I ଦୁଇଦିନଧରି ଖେଳକୁ ଜିଲ୍ଲା ର ଜଣାଶୁଣା ରେଫରୀ ସରୋଜ ମୁନି ଙ୍କ ସହ ସୁନୀଲ ବେହେରା, ପ୍ରଫୁଲ୍ଲ କହଁର, ରୋହିତ ମୁଖି, ତାଣ୍ଡେଶ୍ୱର କହଁର ଖେଳ ପରିଚାଳନା କରିଥିଲେ I ଦୁଇଦିନ ଧରି ଜିଲ୍ଲାର ବଛାବଛା ଆଠଟି ଫୁଟବଲ ଟିମ ଭଗନେଇଥିବା ବେଳେ ଫୁଲବାଣୀ କ୍ରୀଡା ଛାତ୍ରାବସ ସହ ଫୁଟବଲ ଏସୋସିଏସନ ଫୁଲବାଣୀ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଉଭୟ ଦଳର ଖେଳ ସଂଘର୍ଷ ପୁର୍ଣ ଥିବା ବେଳେ ପେନାଲଟି ରେ କ୍ରୀଡା ଛାତ୍ରାବସ କୁ ଏକ ଶୂନ ଗୋଲ ରେ ହରାଇ ଫୁଟବଲ ଏସୋସିଏସନ ଚାମ୍ପିୟନ ହୋଇଥିଲା I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଯେତ ଦଳକୁ ଆୟୋଜକ କମିଟି ତରଫରୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ I