ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କଲା ବନବିଭାଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ୨ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ । ବାଲେଶ୍ୱର ବନ ବିଭାଗ ପକ୍ଷରୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟଗାର୍ଡ ପ୍ରମିଳା ସେଶଙ୍କୁ ନିଲମ୍ବନ କରାଯାଇଛି । କିଛି ଦିନ ତଳେ କୁଲଡ଼ିହା ରେଞ୍ଜ୍ ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ଏକ ମୃତ ହାତୀକୁ ଠାବ କରାଯାଇଥିଲା। ପାଟ୍ରୋଲିଂରେ ଢିଲା ଯୋଗୁ ହାତୀର ମୃତ୍ୟୁ ନେଇ ବିଳମ୍ବରେ ଜଣାପଡ଼ିଥିଲା। ସେଥିପାଇଁ ଉଭୟ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଥିବାରୁ ଜୟନ୍ତ କୁମାର ପ୍ରଧାନଙ୍କୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ଓ ମନୋହର ସିଂଙ୍କୁ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟ୍ର ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି।