ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ଇଡି ଚଢାଉ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍ ଆଜି ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି ଇଡି । ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତାମାନଙ୍କ ନିକଟତମ ସହଯୋଗୀମାନଙ୍କ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିବା ସୂଚନା ମିଳିଛି। ଇଡିର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ ଘରେ ମଧ୍ୟ ଚଢାଉ କରିଛି। ଅଭିଷେକ ପ୍ରସାଦଙ୍କ ଘର ସମେତ ଇଡି ଟିମ୍ ୧୨ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହା ବ୍ୟତୀତ ସାହେବଗଞ୍ଜର ଡେପୁଟି କମିଶନରଙ୍କ ବାସଭବନରେ ମଧ୍ୟ ଚଢାଉ ହୋଇଥିବା କୁହାଯାଉଛି । ଏହି ମାମଲାରେ ଇଡି ନିକଟରେ ସିଲମଙ୍କ ଘନିଷ୍ଠ କୁହାଯାଉଥିବା ପଙ୍କଜ ମିଶ୍ର ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା । ଚଳିତ ବର୍ଷ ଜୁଲାଇ ୮ରେ ପଙ୍କଜ ମିଶ୍ର ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ୧୯ଟଇ ଜାଗାରେ ଇଡି ଚଢାଉ କରିଥିଲା ।  ଏଜେନ୍ସି ଦାବି କରିଛି ଯେ ମିଶ୍ରଙ୍କ ଘରୁ ହେମନ୍ତ ସୋରେନଙ୍କ ବ୍ୟାଙ୍କ ପାସବୁକ ସହ ତାଙ୍କ ଦସ୍ତଖତ ହୋଇଥିବା ଚେକ ବୁକ ମିଳିଛି  ।