ପୁରୀ : ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କ ଗହଳିଚହଳି। ଦର୍ଶନକୁ ସୃଙ୍ଖଳିତ କରିବା ପାଇଁ ଭୋରୁ ଅର୍ଥାତ ୪ଟା ୫୦ରେ ମଙ୍ଗଳାଳତୀ ହୋଇ ଦର୍ଶନ ଆରମ୍ଭ କରାଯାଇଛି। ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରୁଛନ୍ତି। ସେପଟେ ଆଜି ଘନ କୁହୁଡି ହେତୁ ଯୋଗୁଁ ଅନେକ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ଓ ଦର୍ଶନାର୍ଥି।

ରାଧାବଲ୍ଲବ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ଟିକେ ସମସ୍ଯା ଉପୁଜିଥିଲା। ସେପଟେ ଶ୍ରୀମନ୍ଦିର ଦୃଶ୍ୟ ମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ। ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ।