ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ପଜପେୟୀଙ୍କ ୯୯ ତମ ଜନ୍ମତିଥି ଅବସରରେ ଆଜିର ଦିନକୁ ସୁଶାସନ ଦିବସ ରୂପେ ସାରା ଭାରତରେ ପାଳନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ବିଜେପି ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆନୁଷ୍ଟିତ ହୋଇଥିଲା। ବାଜପାୟୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଦେଈ ଜନ୍ମଦିନ ପାଳନ କରାଯାଇଛି ।
ଏହି ଅବସରରେରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ ପାଳ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଗୌତମ ଉଲ୍ଲାକା, ରହିତ ଦଣ୍ଡସେନା, ରମାକାନ୍ତ ପାଢ଼ୀ, ସର୍ବେସ୍ଵର ସୁନା, ଲକ୍ଷ୍ମଣ କୁମ୍ବୁରୁକା, ରାମଦାସ ଉର୍ଲାକା, ଅଙ୍ଗଦ କୁଟ୍ରୁକାଙ୍କ ସହ ବହୁ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।