ନୟାଗଡ଼ରୁ 12  ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର

ନୟାଗଡ଼ : ନୟାଗଡ଼ରୁ 12  ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର। ଘରେ ପଶି ଫଣା ଟେକି 5 ଫୁଟ ଉଚ୍ଚତାରେ ଠିଆ ହୋଇ ଶିକାର କରିବା ପାଇଁ  କରୁଥିଲା ଯୋଜନା। ନବଘନପୁର ଗାଁର ପ୍ରଶନ୍ନ  ବାରିକଙ୍କ ଘରେ ସାପଟି ଥିବା ଖବର ପାଇ ନୟାଗଡ଼ ସ୍ନେକ ରେସ୍କୁ ଟିମ ସଦସ୍ୟ ଅଧିକାରୀ ବେହେରା, ବାବୁଲ ପାତ୍ର ପହଞ୍ଚି ଘର ଭିତରୁ କିଙ୍ଗ କୋବ୍ରାକୁ ଉଦ୍ଧାର କରିଥିଲେ। ଉଦ୍ଧାର ବେଳେ ସାପଟି ଫଣା ଟେକି ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସତର୍କତାର ସହ , 12 ଫୁଟ ଲମ୍ବର କିଙ୍ଗ କୋବ୍ରାକୁ ଧରିବାରେ ସଫଳ ହୋଇଥିଲେ ସ୍ନେକ ରେସ୍କୁ ଟିମ୍। ପରେ ସୁରକ୍ଷିତ ଅବସ୍ଥାରେ ସାପଟିକୁ ଜଙ୍ଗଲ ବିଭାଗକୁ  ହସ୍ତାନ୍ତର କରିଛି ସ୍ନେକ ରେସ୍କୁ ଟିମ୍। ସାପଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଥିଲା। ସାପଟି ଶୁଳିଆ  କିମ୍ବା ପଥର କଟା ଜଙ୍ଗଲରୁ  ଖାଦ୍ୟ ସଂଗ୍ରହ କରିବା ପାଇଁ କୁକୁଡ଼ା, ମୂଷା, ପକ୍ଷୀ ଖାଇବା ଆଶାରେ ନବଘନପୁର ଗାଁକୁ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।