ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIAର ଚଢ଼ାଉ

ନୂଆଦିଲ୍ଲୀ : ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଦେଶରେ ଦୁଇଟି ସ୍ଥାନରେ ANI ଏକକଳୀନ ଚଢାଉ । ମହାରଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ରେଡ କରିଛି । ବର୍ତ୍ତମାନ ସୁଦ୍ଧା ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି ।

ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଉଗ୍ରବାଦୀ ବିଚାରଧାରାର ଶପଥ ନେଇ ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିଥିବା ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ଷଡଯନ୍ତ୍ର ସଂପର୍କରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଫୋର୍ସ ସହ ଏନଆଇଏ ଆଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଧର୍ମ ଆଧାରେ ଏବଂ ସମଭାବାପ୍ନ ଯୁବକମାନଙ୍କୁ ନିଯୁକ୍ତି ଦେଇ ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ହିଂସାତ୍ମକ ଜିହାଦ ଆରମ୍ଭ କରିଛନ୍ତି ।

ଗତମାସରେ ଆଇଏସଆଇଏସର ଏକ ବଡ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ ହୋଇଥିଲା । ସେତେବେଳେ ଆଇଏସ ଆଇଏସର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ତାର ବୟାନ ଆଧାରରେ ଏହି ଷଡଯନ୍ତ୍ରର ଗୁମର ଫିଟିଥିଲା ।