ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି

ଭୁବନେଶ୍ୱର: ତୃତିୟ ଦିନରେ ବିଧାନସଭାରେ ଶୀତ କାଳିନ ଅଧିବେଶନ । କିନ୍ତୁ ଗତ କାଲି ଭଳି ଆଜି ମଧ୍ୟ ଚାଲି ପାରି ନାହିଁ ଗୃହ । ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲୀକ । ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ହଟ୍ଟଗୋଳ ଓ ହୋହଲ୍ଲା ସହ ନାରାବାଜି କରିଛନ୍ତି। ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ପୁଣି ହୋହଲ୍ଲା ହୋଇଛି। ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଛନ୍ତି। ଯାହାକୁ ନେଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।