ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ତଦନ୍ତ କରୁଛି ପୋଲିସ୍

0

ମେଡିକାଲ ଇନ୍ଡୋର ଲାଟିନରେ ନବଜାତ ଶିଶୁ କନ୍ୟାର ମୃତଦେହ। କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତବିଭାଗ ଲାଟିନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।ଆଜି ସକାଳୁ ସକାଳୁ ଲାଟିନ ଭିତରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଦେଖିବାକୁ ପାଇଥିଲେ। ତେବେ ଏହି ଶିଶୁ କନ୍ୟାର ମୃତଦେହ କେମିତି ଲାଟିନ ଭିତରକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ସବୁଠୁ ବଡ଼ କଥା ହେଉଛି ଇନଡୋରରେ ରାତିରେ ୩/୪ଜଣ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡିୟୁଟିରେ ଥିବା ବେଳେ କେମିତି ଆଉ କିଏ ଲାଟିନ ଭିତରେ ଶିଶୁ କନ୍ୟାର ମୃତଦେହ ରଖିଲା। ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଳି ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ କେହି ଝିଅ ଜନ୍ମ ହୋଇଛିବୋଲି ତାକୁ ମାରି ଫୋପାଡି ଦେଇ ଚାଲିଯାଇଥିବା ସଂଦେହ କରାଯାଉଛି ।