ନିଖୋଜ ରାହୁଲଙ୍କୁ ଖୋଜୁଛନ୍ତି ପରିବାର

ଟାଙ୍ଗୀ : ନିଖୋଜ 5ବର୍ଷର ବାଳକ, ଖୋଜୁଛନ୍ତି ପରିବାର ଲୋକେ | ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଅଧିନସ୍ଥ ଉଜ୍ୱଳାଗୋପିନାଥପୁରର ସୁବାସ ପ୍ରଧାନଙ୍କ ପୁତ୍ର ରାହୁଲ୍ (5ବର୍ଷ) | ଗତ କାଲି ଦିନ ୧୧ଟା ଠାରୁ ନିଖୋଜ ହୋଇଥିବା ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି ପରିବାର ଲୋକେ |

ଏହି ଅଭିଯୋଗ ପରେ ଆଜି ପୋଲିସ ଏବଂ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳକୁ ଯାଇ ବହୁ ଖୋଜାଖୋଜି କରିଛନ୍ତି କିନ୍ତୁ ରାହୁଲର କୌଣସି ପତ୍ତା ମିଳି ପାରୁନି | ଯେଉଁଥିପାଇଁ ଚିନ୍ତାରେ ପରିବାର ଲୋକେ | ଯଥା ଶୀଘ୍ର ତାଙ୍କ ପୁଅକୁ ଖୋଜି ଆଣିଦେବାକୁ ଅନୁରୋଧ କରିଛନ୍ତି |