ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ । ସୁନା ବଜାର ଚଳଚଞ୍ଚଳ । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ତେଣୁ ଆଜିର ଦିନରେ ଗହଣା ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଥାଏ । ଗହଣା ଦେକାନ ମାନଙ୍କରେ ଆଜିର ଦିନରେ ଥାଏ ଭଲ ଭଲ ଅଫର ରହିଛି । ଆଜି ଦିନକରେ ଶହ ଶହ କୋଟି ଟଙ୍କାର କାରବାର ହେବ ବୋଲି ବିଶ୍ୱାସ ରହିଛି । ଯେତେ ସୁନା ବିକ୍ରିହୁଏ ତାହାର ଏକ ବଡଭାଗ ଅକ୍ଷୟ ତୃତୀୟା ଓ ଧନତେରାସ ଦିନ ବିକ୍ରି ହୋଇଥାଏ ।
ଧନତେରାସରେ ମଧ୍ୟ ପୌରାଣିକ ମାନ୍ୟତା ରହିଛି । ଏହିଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ସହ ଦେବବୈଦ୍ୟ ଶ୍ରୀଧନ୍ବନ୍ତରୀଙ୍କର ପୂଜା କରିବା ବିଧି ମଧ୍ୟ ଚଳିଆସୁଛି। ବାସ୍ତବରେ ଏହି ଦିନଟି ଧନ୍ବନ୍ତରୀ ଦିବସ, ମାତ୍ର କାଳକ୍ରମେ ଅପଭ୍ରଂଶ ହୋଇ ଏହା ଧନତେରାସ୍ ନାମରେ ପ୍ରଚଳିତ।