ନୂଆଦିଲ୍ଲୀ: ଥରିଲା ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନ୍ସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ତା ସହିତ ନେପାଳରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ରେକ୍ଟର ସ୍କେଲରେ ୫.୬ ତୀବ୍ରତା ହୋଇଥିବା କୁହାଯାଉୁଛି । ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳି ବୋଲି କୁହାଯାଉଛି । ଅପରାହ୍ନ ୪ଟା ୧୬ମିରେ ଝଟକା ଲାଗି ଥିବା ଏନସିଏସ ସୂଚନା ଦେଇଛି ।