କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ, ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା

ଓଡ଼ିଆ ପୁଅଙ୍କୁ ମିଳିଲା ଦୁବାଇରେ ଗୋଲଡେନ୍ ଭିସା
ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା
ଅକ୍ଷୟ ପରିଜାଙ୍କ ପରେ ଦେବାଶିଷ
କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ

ଭୁବନେଶ୍ୱର (ତାପସ ଦାସ): ବିଶ୍ୱର ମୁସଲିମ୍ ବହୁ ଦେଶ ଦୁବାଇ । ଏଠାରେ ରହିବା କଷ୍ଟକର ବ୍ୟାପାର । କୂଟନୈତିକ କ୍ଷେତ୍ରରେ ଦୁବାଇ ସହିତ ଭାରତର ସମ୍ପର୍କ ମଜବୁତ ହେବା ପରେ ଏବେ ଦୁବାଇର ମନ ପରିବର୍ତନ ହୋଇଛି । ବିଶେଷ କରି ମୋଦି ସରକାର ଆସିବା ପରେ । ଭାରତୀୟଙ୍କୁ ଦୁବାଇ ସ୍ନେହ ଓ ପ୍ରେମ ଓଜାଡ଼ି ଦେଉଛି । ଦୁବାଇରେ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ପାଇଁ ଦୁବାଇ ରାଜା ନିର୍ଦେଶ ଦେଇଛନ୍ତି । ନିଜେ ସେହି ମନ୍ଦିର ଯାଇ ତାର ନିର୍ମାଣ କାମ ତଦାରଖ କରୁଛନ୍ତି ।

 

ଏବେ ଆମେରିକା ଓ ଇଂଲଣ୍ଡ ଭଳି ଦୁବାଇରେ ମଧ୍ୟ ଭାରତୀୟମାନେ ବାସିନ୍ଦା ହୋଇ ପାରିବେ । ଏହି କ୍ରମରେ ଆଉ ଜଣେ ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା । ଯାହା କେନ୍ଦ୍ରାପଡ଼ା ପାଇଁ ଗର୍ବ ଓ ଗୌରବ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସ୍ଥିତ ଗୋପୀନାଥପୁର ଶାସନ ଗ୍ରାମର ଦେବାଶିଷ ଦାଶ ହେବେ ଦୁବାଇ ବାସିନ୍ଦା ।

ଦେବାଶିଷ ହେଉଛନ୍ତି ଦୁବାଇରେ ଥିବା ଏକ ଅର୍ନ୍ତଜାତୀୟ କମ୍ପାନିରେ ୧୫ ବର୍ଷ ହେବ ଇଂଜିନିୟର ଅଛନ୍ତି । ସେ ଏବେ ସେହି କମ୍ପାନିର ମ୍ୟାନେଜର ମଧ୍ୟ । ତାଙ୍କ ଇଂଜିନିୟରିଂରେ ଦୁବାଇରେ ଅନେକ ସରକାରୀ କାମ ହୋଇଛି ।

ତାଙ୍କର ଏହି କାମକୁ ଦୁବାଇ ସରକାର ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଖାସ୍ ଏଥିପାଇଁ ତାଙ୍କୁ ଦିଆଯାଇଛିି ଗୋଲଡେନ୍ ଭିସା । ଏବେ ସେ ଦୁବାଇର ବାସିନ୍ଦା ହୋଇଛନ୍ତି । ଦୁବାଇର ଅନ୍ୟ ନାଗରିକଙ୍କ ଭଳି ସେ ମଧ୍ୟ ସେଠାରେ ସମସ୍ତ ସୁବିଧା ସୁଯୋଗ ପାଇବେ ।

ଫିଲ୍ମ ନିର୍ଦେଶକଙ୍କ ପରେ ସେ ହେଉଛନ୍ତି ଆଉ ଜଣେ ଓଡ଼ିଆ । ଦେବାଶିଷ ଓଡ଼ିଆ ପୁଅ ହିସାବରେ ଏହା ଏକ ଗର୍ବ । ବିଶେଷକରି ଜଣେ କେନ୍ଦ୍ରାପଡ଼ିଆ ହୋଇଥିବାରୁ ସେ କେନ୍ଦ୍ରାପଡ଼ା ପାଇଁ ଉଦାହରଣ ପାଲଟିବେ ।

ଦେବାଶିଷ କେବଳ ଜଣେ ଇଂଜିନିୟର ନୁହଁନ୍ତି ସେ ଓଡ଼ିଶାବାସୀଙ୍କ ସେବା କରିବା ତାଙ୍କର ସବୁ ବେଳେ ଇଛା ଥାଏ । ଏଥିପାଇଁ ସେ ସୋମ୍ୟାଶିଷ ନାମକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଗଠନ କରିଛନ୍ତି ।