ଘରୋଇ LPG ଗ୍ୟାସ୍ ପରେ କମିଲା କମର୍ସିଆଲ୍‌ LPG ଗ୍ୟାସ୍ ଦର

କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା

ନୂଆଦିଲ୍ଲୀ: ଘରୋଇ LPG ଗ୍ୟାସ୍ ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍ ଦର କମାଇଲେ କେନ୍ଦ୍ରସରକାର | ପ୍ରତି ବ୍ୟକ୍ତିଙ୍କ ପାଇଁ ନିତାନ୍ତ ଆବଶ୍ୟକ ରନ୍ଧନ ଏଲପିଜି ଗ୍ୟାସ । କେନ୍ଦ୍ର କ୍ୟାବିନେଟ୍ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି । ଏହି ଆଧାରରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସ୍ୱତନ୍ତ୍ର ଲାଭ ମିଳିବ । ଉଜ୍ଜ୍ୱଳା ଯୋଜନାରେ ପ୍ରତି ସିଲିଣ୍ଡର ପିଛା ୪ଶହ ଟଙ୍କା ସବସିଡି ମିଳିବ ।

ଅଗଷ୍ଟ ୩୦ରେ ହୋଇଥିବା ଏହା ଘୋଷଣାକୁ ସେପ୍ଟେମ୍ବର ପହିଲାରୁ ଲାଗୁ କରାଯିବ । ତେବେ ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ପବ୍ଲିକ୍‌ ସେକ୍ଟର ଅଏଲ୍‌ ମାର୍କେଟିଂ କମ୍ପାନୀ(OMCs) ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ କରିଛି। ଆଜିଠୁ ନୂଆ ଦର ଲାଗୁ ହେବ।

କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି। କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା। ଏବେ ଏହା ୧୪୮୨ ଟଙ୍କାକୁ ଖସି ଆସିଛି।