ସେପ୍ଟେମ୍ବର ଓ ଅକ୍ଟୋବରରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ

ପାଣିପାଗ: ଚଳିତ ବର୍ଷ ରାଜ୍ୟରେ କମ୍ ବର୍ଷା ହୋଇଥିବାବେଳେ ସେପ୍ଟେମ୍ବର ଓ ଅକ୍ଟୋବରରେ ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ଗତ ୩ ମାସରେ ରାଜ୍ୟରେ ହୋଇଛି ନିଅଣ୍ଟିଆ ବର୍ଷା । ନବରଙ୍ଗପୁରରେ ସର୍ବାଧିକ ୪୧% କମ୍ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡାରେ ୩୭%, କଳାହାଣ୍ଡିରେ ୩୬%, ଗଞ୍ଜାମରେ ୩୫% କମ୍ ବର୍ଷା ରେକର୍ଡ ହୋଇଛି । ଏହା ସହ ରାୟଗଡା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ କଟକ ଜିଲ୍ଲାରେ ବି ନିଅଣ୍ଟିଆ ବର୍ଷା ହୋଇଛି ।
ଗତ ଜୁନ୍ ୧ ତାରିଖରୁ ଅଗଷ୍ଟ ୩୦ ତାରିଖ ମଧ୍ୟରେ ଏହି ସବୁ ସ୍ଥାନରେ କମ୍ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ କଣ୍ଟିଜେନ୍ସି ପ୍ଲାନ କରାଯାଇଥିବା କହିଛନ୍ତି ଏସଆରସି । ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଏହି କଣ୍ଟିଜେନ୍ସି ପ୍ଲାନ କରାଯାଇଛି । ଏହା ସହ କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସଆରସି ।