ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଡାମତଳିଆ ଓଡ଼ିଶା ବ୍ୟାଙ୍କ ମେନେଜରଙ୍କ କାର୍ଯ୍ଯରେ ଅତିଷ୍ଠ ହୋଇ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଡାମତଳିଆ  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମେନେଜର ନବରତ୍ନ ଗିରିଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇଛନ୍ତି  ଶହ ଶହ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ  । ସେଥିପାଇଁ  ବ୍ୟାଙ୍କ କାର୍ଯ୍ୟାଳୟରେ  ତାଲା ପକାଇ ଦେଇଥିଲେ । ସେମାନଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମୁଖ୍ୟ ପରିଚାଳକ ନବରତ୍ନ ଗିରି  ଗ୍ରାହକ ମାନଙ୍କୁ ଠିକ ସମୟରେ ସେମାନଙ୍କ ଖାତା ଅପଡେଟ୍ କରୁ ନାହାନ୍ତି । ବୟସ୍କ ମାନଙ୍କୁ ଠିକ ସମୟରେ ଭତ୍ତା ପ୍ରଦାନ କରୁ ନାହାନ୍ତି, ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଗ୍ରାହକ ମାନେ ଉଠାଣ କରିପାରୁ ନାହାଁନ୍ତି । ଦୀର୍ଘ ୩ ମାସ ହେଲା ସେମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ବହୁବାର ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ  ନ ମିଳିବାରୁ ବାଧ୍ୟ ହୋଇ ମହିଳାମାନେ ବ୍ୟାଙ୍କ ଆଗରେ ଧାରଣା ଦେଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପରେ ମେନେଜର ନବରତ୍ନ  ଗିରି ଗ୍ରାହକ ମାନଙ୍କ ସମସ୍ତ ସମସ୍ଯା ସମାଧାନକୁ ୭ ଦିନ ମଧ୍ୟରେ ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳା ଓ ଗ୍ରାହକମାନେ ଧାରଣାରୁ ଓହରିଥିଲେ ।