ଇନ୍ଦୋର ନମ୍ବର ୱାନ ସ୍ମର୍ଟସିଟି: ସୁରତ ଦ୍ୱିତୀୟ , ଆଗ୍ରା ତୃତୀୟ

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହେଲା ଇଣ୍ଡିଆର ସ୍ନାର୍ଟସିଟି ପୁରସ୍କାର । ଦେଶର ୧୦୦ ସ୍ମାର୍ଟ ସିଟି ମଧ୍ୟରୁ ଇନ୍ଦୋର ଜଲୱା ଏଥର ମଧ୍ୟ ଦେଖିବାକୁ ମିଳିଛି । ଏହି ତାଲିକାରେ ଇନ୍ଦୋର ପୁଣିଥରେ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ଗୌରବ ଅର୍ଜନ କରିଛି । ସେହିପରି ଏହି ତାଲିକାରେ ସୁରତ ଦ୍ୱିତୀୟରେ ଅଛି, ତୃତୀୟରେ ଆଗ୍ରା ରହିଛି । ସମସ୍ତ ବିଭାଗରେ ବିଜେତାମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ ।

ସ୍ମାର୍ଟ ସିଟି ମିଶନ୍ ଲାଗୁ କରିବାରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେଇଛି ମଧ୍ୟପ୍ରଦେଶ । ଏହା ପଛକୁ ଏହି ଲିଷ୍ଟରେ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ରାଜସ୍ଥାନ ଓ ଉତ୍ତପ୍ରଦେଶ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଦେଶର ଶ୍ରେଷ୍ଠ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଚଣ୍ଡୀଗଡ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।