ଭୁବନେଶ୍ୱର: ଗଣେଷ ପୂଜାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶଙ୍କର ” । ଏହା ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର କାହାଣୀ କ୍ଷ ଏଥିରେ ଓଲିୟୁଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ସାବତ ପୁଅର ଭୂମିକାରେ ଅଭିନୟ କରି ଚଳଚ୍ଚିତ୍ରର କାହାଣୀକୁ ବେଶ ଗତିଶୀଳକରିଛନ୍ତି । ତାସହିତ ନଜରକୁ ଆସିଛନ୍ତି ଦେବା ଓ ଦିବ୍ୟା ଙ୍କ ରୋମାଣ୍ଟିକ ଯୋଡି । ଯେକି ଏ ଦୁଇ ଜଣଙ୍କ ଯୋଡି ଏବେ ଦର୍ଶକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦେବା କାହାଣୀର ସିଦ୍ଧାନ୍ତ ମହାପାତ୍ର ଙ୍କ ସାନ ଭାଇର ଏକ ବିନ୍ଦାସ ଚରିତ୍ରରେ ସାନଦାର ନିଖୁଣ ଅଭିନୟ କରିଥିବାବେଳେ ଦିବ୍ୟା ଏକ ସରଳ ଓ ସୁଧାର ଜୀବନ ଜିଉଁଥିବା ସ୍କୁଲ ଶିକ୍ଷୟତ୍ରୀ ଭୂମିକାକୁ ଜବରଦସ୍ତ ପ୍ରତିପାଦନ କରିପାଇଛନ୍ତି । ଦେବା ନିଶାକୁ ଜୀବନର ସର୍ବସ୍ଵ ଭାବି ନିଜ ଆନ୍ଦାଜରେ ଚାଲୁଥିବାବବେଳେ ଦେଖାହୁଏ ଦିବ୍ୟା ସହିତ । ଦୁହେଁ ଦୁହିଁଙ୍କୁ ଭଲ ପାଇଁ ବସନ୍ତି କ୍ଷ ବଦଳିଯାଏ ଦେବାର ଜୀବନ ଶୈଳୀ । ଏ କାହାଣୀର ଅନ୍ୟ ଗୁରୁତ୍ୱପୂର୍ଣ ଚରିତ୍ର ଅଛନ୍ତି ଶିବ, କୁନା ତ୍ରିପାଠୀ, କେ. କେ, କାଳୀ, ବିଜୁ ବଡ଼ଜେନା, ଦିପ୍ତୀରେଖା ପଣ୍ଡା, ସୁପ୍ରିୟା, ମୀତା ଚକ୍ରବର୍ତ୍ତୀ, ନୁପୁର ଘୋଷ ପ୍ରମୁଖ । ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅରବିନ୍ଦ ସାହୁ ଥିଲାବେଳେ, କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏନ. ପାଢ଼ୀ କ୍ଷ ସଂଳାପ ଲେଖିଛନ୍ତି ମନୋରଞ୍ଜନ ଦାସ । ସଂଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମଟି ଜନାଦୃତ ହେବ ବୋଲି ସବୁଠି ଗୁଞ୍ଜରିତ ହେଉଛି ।